ETV Bharat / politics

'ମୁଁ ପଛେ ହାରିଯାଏ, କିନ୍ତୁ ଅପରାଜିତାଙ୍କୁ ପାଇକ ମାଟିରୁ ହରାଇ ବିଦା କରିବି' - Kalu Charan Targets Aparajita

author img

By ETV Bharat Odisha Team

Published : Apr 30, 2024, 10:36 PM IST

ମୁଁ ପଛେ ହାରିଯାଏ, କିନ୍ତୁ ଅପରାଜିତାଙ୍କୁ ପାଇକ ମାଟିରୁ ହରାଇ ବିଦା କରିବି: କାଳୁ ଚରଣ
ମୁଁ ପଛେ ହାରିଯାଏ, କିନ୍ତୁ ଅପରାଜିତାଙ୍କୁ ପାଇକ ମାଟିରୁ ହରାଇ ବିଦା କରିବି: କାଳୁ ଚରଣ

Kalu Charan Khandayatray Targets Aparajita Sarangi: ବିଜେପିରୁ ଇସ୍ତଫା ଦେଲେ କାଳୁ ଚରଣ ଖଣ୍ଡାୟତରାୟ । ସାମ୍ବାଦିକ ସମ୍ମିଳନୀ କରି ଅପାରାଜିତାଙ୍କୁ ଏଭଳି କହିଛନ୍ତି । ଅଧିକ ପଢ଼ନ୍ତୁ

'ମୁଁ ପଛେ ହାରିଯାଏ, କିନ୍ତୁ ଅପରାଜିତାଙ୍କୁ ପାଇକ ମାଟିରୁ ହରାଇ ବିଦା କରିବି'

ଖୋର୍ଦ୍ଧା: ନିର୍ବାଚନ ପାଖେଇ ଆସୁଥିବା ବେଳେ ରୋଚକ ମୋଡ଼ ନେଉଛି ଖୋର୍ଦ୍ଧା ରାଜନୀତି । ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ବିଜେପିକୁ ଲାଗିଛି ଶକ୍ତ ଝଟକା । ବିଜେପିରୁ ଇସ୍ତଫା ଦେଇଛନ୍ତି ଗତ 2019 ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିବା କାଳୁ ଚରଣ ଖଣ୍ଡାୟତରାୟ । ତେବେ ଦଳରୁ ଇସ୍ତଫା ଦେବା ପରେ ସିଧାସଳଖ ବିଜେପି ସାଂସଦ ପ୍ରାର୍ଥିନୀ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି ।

ବିଜେପିରୁ କାଳୁ ଚରଣ ଖଣ୍ଡାୟତରାୟ ଇସ୍ତଫା ଦେବା ପରେ ଖୋର୍ଦ୍ଧା ବିଜେପି ବର୍ତ୍ତମାନ କମ୍ପନ ସୃଷ୍ଟି ହୋଇଛି । ସାଂସଦ ଅପରାଜିତାଙ୍କ ପାଇଁ ଭବିଷ୍ୟତରେ ନିର୍ବାଚନ ବୈତରଣୀ ପାର ହେବା କଷ୍ଟକର ହୋଇପଡିବ ବୋଲି ଚର୍ଚ୍ଚା ହେଉଛି । ଲଗାତାର କିଛି ଦିନ ଧରି ଖୋର୍ଦ୍ଧା ବିଜେପିରେ କିଛି ଚାଲିଛି ବିଭିନ୍ନ ଦୃଶ୍ୟ । ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରୁ ବିଜେପି ଟିକଟ ପାଇଁ ଆଶାୟୀ ଥିଲେ କାଳୁ ଚରଣ ଖଣ୍ଡାୟତରାୟ । କିନ୍ତୁ ଦଳ ତାଙ୍କ ବଦଳରେ ପ୍ରଶାନ୍ତ ଜଗଦେବ ଖୋର୍ଦ୍ଧାରୁ ପ୍ରାର୍ଥୀ କରିବା ପରେ କାଳୁ ଚରଣଙ୍କ ସମର୍ଥକ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ । ୨୦୧୯ ମସିହାରେ ୭୪ ହଜାର ଭୋଟ ପାଇଥିବା ବେଳେ ସାଂସଦ ଅପରାଜିତାଙ୍କ ପାଇଁ ୯୦ହଜାର ଭୋଟ କରାଇ ତାଙ୍କର ବିଜୟରେ ଏକ ମୁଖ୍ୟ ଭୂମିକା ନିଭାଇ ଥିଲେ । ଦୀର୍ଘ ୧୦ ବର୍ଷ ଧରି ସଂଗଠନକୁ ତୃଣମୂଳ ସ୍ତରରୁ ମଜଭୁତ କରିଆସୁଥିବା କାଳୁ ଦଳ ପାଇଁ ଅଲୋଡ଼ା ହୋଇଯାଇଛନ୍ତି । ଆଜି ନିଜର ସମର୍ଥକମାନଙ୍କ ସହ ଦଳରୁ ଇସ୍ତଫା ଦେଇଛନ୍ତି ।

ତେବେ କାଳୁ ଚରଣ ବିଜେପିରୁ ଇସ୍ତଫା ଦେବା ପରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ସାଂସଦ ପ୍ରାର୍ଥିନୀ ଅପରାଜିତାଙ୍କ ଉପରେ ବର୍ଷିଛନ୍ତି । କାଳୁ କାନ୍ଦି କାନ୍ଦି କହିଛନ୍ତି, "ମୁଁ ଜଣେ ପାଇକ ମାଟିର ପୁଅ । ଏଇ ପାଇକ ମାଟିର ଦ୍ୱାହି ଦେଇ କହୁଛି ମୋ ସହିତ ଛଳନା କରି ମୋତେ ଧୋକା ଦେଇଛନ୍ତି ଅପରାଜିତା ଷଡ଼ଙ୍ଗୀ । ମୁଁ ସ୍ଵାଧୀନ ଭାବରେ ଛିଡ଼ା ହେବି । ମୁଁ ପଛେ ହାରିଯାଏ କିନ୍ତୁ ଅପରାଜିତାଙ୍କୁ ହରାଇବା ପାଇଁ ଦୁଆର ଦୁଆର ବୁଲି ଭିକ୍ଷା ମାଗି ନେହୁରା ହେବି ।"

ଏହା ମଧ୍ୟ ପଢ଼ନ୍ତୁ...ଅପରାଜିତାଙ୍କୁ ଟାର୍ଗେଟ କଲେ କାଳୁ ଚରଣ, କହିଲେ ଦୁଇ କୋଟିରେ ବିକ୍ରି ହୋଇଛି ଖୋର୍ଦ୍ଧା ଆସନ ଟିକେଟ - BJP Leader Meeting


ତେବେ ବେଗୁନିଆ ବୋଲଗଡ ନିର୍ବାଚନ ମଣ୍ଡଳୀରେ କିଛି ମାସ ଧରି ଅପରାଜିତାଙ୍କ ବିରୁଦ୍ଧରେ ବିଦ୍ରୋହ ଦେଖିବାକୁ ମିଳୁଥିବା ବେଳେ ବର୍ତ୍ତମାନ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଏହି ବିଦ୍ରୋହର ସ୍ୱର ତେଜି ଉଠିଛି । ନିର୍ବାଚନ ଯେତିକି ଯେତିକି ପାଖେଇ ପାଖେଇ ଆସୁଛି, ଅପରାଜିତାଙ୍କ ପାଇଁ ସେତିକି ଅଡ଼ୁଆ ବଢ଼ି ବଢ଼ି ଚାଲିଛି ।

ଇଟିଭି ଭାରତ, ଖୋର୍ଦ୍ଧା

  • " class="align-text-top noRightClick twitterSection" data="">
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.