ETV Bharat / entertainment

ବିପାଶା-କରଣଙ୍କ ବିବାହକୁ ପୂରିଲା ୮ ବର୍ଷ, ଏମିତି ସେଲିବ୍ରିଟ କଲେ ଦମ୍ପତି - Bipasha Karan Wedding Anniversary

author img

By ETV Bharat Odisha Team

Published : Apr 30, 2024, 4:50 PM IST

ବିପାଶା-କରଣଙ୍କ ବିବାହକୁ ପୂରିଲା ୮ ବର୍ଷ, ଏମିତି ସେଲିବ୍ରିଟ କଲେ ଦମ୍ପତି
ବିପାଶା-କରଣଙ୍କ ବିବାହକୁ ପୂରିଲା ୮ ବର୍ଷ, ଏମିତି ସେଲିବ୍ରିଟ କଲେ ଦମ୍ପତି

Bipasha-Karan 8th Wedding Anniversary: କରଣ ସିଂ ଗ୍ରୋଭର ଏବଂ ବିପାଶା ବସୁଙ୍କ ବିବାହକୁ ପୂରିଛି ୮ ବର୍ଷ । ଏହି ଅବସରରେ ଦମ୍ପତି ଧୁମଧାମରେ ସେଲିବ୍ରେଟ କରିଛନ୍ତି । ଯାହାର କିଛି ଫଟୋ ସେୟାର କରି ଝଲକ ଦେଖାଇଛନ୍ତି ଉଭୟ ।

ହାଇଦ୍ରାବାଦ: ବଲିଉଡ ତାରକା ଦମ୍ପତି କରଣ ସିଂ ଗ୍ରୋଭର ଏବଂ ବିପାଶା ବସୁ ଆଜି ତାଙ୍କ ୮ମ ବିବାହ ବାର୍ଷିକୀ ପାଳନ କରୁଛନ୍ତି । ଏହି ଅବସରରେ ମରିସସରେ ଧୁମଧାମରେ ସେଲିବ୍ରେଟ କରିଛନ୍ତି । ଯାହାର କିଛି ଫଟୋ ଏବଂ ଭିଡିଓ ସେୟାର କରି ଝଲକ ଦେଖାଇଛନ୍ତି ଉଭୟ । ଏଥିସହ ଏହି ଦମ୍ପତି ରୋମାଣ୍ଟିକ ଫଟୋ ସେୟାର କରି ପରସ୍ପରକୁ ଖାସ ଅନ୍ଦାଜରେ ଶୁଭକାମନା ମଧ୍ୟ ଜଣାଇଛନ୍ତି ।

ବିପାଶା ଏବଂ କରଣ ଝିଅ ଦେବୀଙ୍କ ସହ ମରିସସରେ ୮ମ ବିବାହ ବାର୍ଷିକୀ ପାଳନ କରୁଛନ୍ତି । ଯାହାର ସେ କିଛି ଫଟୋ ଏବଂ ଭିଡିଓ ସେ ନିଜ ଇନଷ୍ଚାଗ୍ରାମରେ ସେୟାର କରି ଝଲକ ଦେଖାଇଛନ୍ତି । ଗୋଟିଏ ଭିଡିଓରେ ବିପାଶା କରଣଙ୍କ ଗାଲରେ କିସ ଦେଉଥିବା ସହ ରୋମାଣ୍ଟିକ ପୋଜରେ ଦେଖିବାକୁ ମିଳିଥିବା ବେଳେ କ୍ୟାପସନରେ ଲେଖିଛନ୍ତି, "ବାର୍ଷିକୀ ମୋଡରେ ମାମା ପାପା ।" ଅନ୍ୟ ଏକ ଫଟୋରେ, ମା-ଝିଅଙ୍କ ଯୋଡି ବାଲକୋନୀରେ ପୋଜ୍ କରୁଥିବା ଦେଖିବାକୁ ମିଳିଛି ।

ବିପାଶାଙ୍କ ପୋଷ୍ଟ
ବିପାଶାଙ୍କ ପୋଷ୍ଟ

ଏହା ବ୍ୟତୀତ ବିପାଶା ତାଙ୍କ ବିବାହ ଦିନର ଏକ ପୁରୁଣା ଭିଡିଓ ସେୟାର କରିଛନ୍ତି । ଏଥିରେ ସେ ବିବାହଠାରୁ ୮ ବର୍ଷ ପର୍ଯ୍ୟନ୍ତ ସମସ୍ତ ବାର୍ଷିକୀ ପାଳନ କରିବାର ଝଲକ ସେୟାର କରିଛନ୍ତି । ବିପାଶା ଏହି ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, "ଅଷ୍ଟମ ବିବାହ ବାର୍ଷିକୀ ଶୁଭେଚ୍ଛା ମୋ ଲଭ୍ । ଆମେ ଏପରି ସର୍ବଦା ନିଜ ଜୀବନର ପ୍ରତ୍ୟେକ ଦିନ ଏକାଠି ପାଳନ କରିବା ।''

ବିପାଶାଙ୍କ ପୋଷ୍ଟ
ବିପାଶାଙ୍କ ପୋଷ୍ଟ

କହିରଖୁଛୁ କି, ବିପାଶା ଏବଂ କରଣ ୩୦ ଏପ୍ରିଲ ୨୦୧୬ରେ ମୁମ୍ବାଇରେ ବିବାହ କରିଥିଲେ । ଦୁଇଟି ଭିନ୍ନ ସଂସ୍କୃତିର ହୋଇଥିଲେ ମଧ୍ୟ ଉଭୟେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ଏହି ଦୁଇ ତାରକା ପ୍ରଥମେ ଫିଲ୍ମ 'ଏଲୋନ' ସେଟରେ ଭେଟିଥିଲେ । ଏହି ଚଳଚ୍ଚିତ୍ରରେ ସେମାନଙ୍କର ରିଲ୍ ଲାଇଫ୍ କେମେଷ୍ଟ୍ରି ବାସ୍ତବ ଜୀବନରେ ପରିଣତ ହୋଇଥିଲା । ବିବାହର ୬ ବର୍ଷ ପରେ, ଦୁହେଁ ନଭେମ୍ବର ୨୦୨୨ରେ ଝିଅ ଦେବୀଙ୍କ ପିତାମାତା ହୋଇଥିଲେ । ଉଭୟ ବର୍ତ୍ତମାନ ନିଜ ବ୍ୟକ୍ତିଗତ ଜୀବନକୁ ବହୁତ ଉପଭୋଗ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଜନ୍ମ ହେବାର 3 ମାସ ପରେ ଦେବୀଙ୍କ ହୋଇଥିଲା ହାର୍ଟ ସର୍ଜରୀ, ପୁରୁଣା କଥା ମନେ ପକାଇ ଭାଙ୍ଗି ପଡିଲେ ବିପାଶା

ସୂଚନା ଥାଉ କି, କରଣ ସିଂ ଗ୍ରୋଭରଙ୍କ ପୂର୍ବରୁ ବିପାଶା ଅଭିନେତା ଜନ୍ ଅବ୍ରହାମଙ୍କ ସହ ସମ୍ପର୍କ ରଖିଥିଲେ । ଉଭୟେ ପରସ୍ପରକୁ 10 ବର୍ଷ ପାଇଁ ଡେଟ କରିବା ପରେ ୨୦୧୧ ମସିହାରେ ବ୍ରେକଅପ କରିଥିଲେ । ସେପଟେ କରଣ ସିଂଙ୍କ ମଧ୍ୟ ଏହା ଦ୍ୱିତୀୟ ବିବାହ । ବିପାଶାଙ୍କ ପୂର୍ବରୁ କରଣ ଟେଲି ଅଭିନେତ୍ରୀ ଜେନିଫର୍ ୱିଙ୍ଗେଟଙ୍କୁ ୨୦୧୨ରେ ବିବାହ କରିଥିଲେ । ହେଲେ ଏମାନଙ୍କ ସମ୍ପର୍କ ମଧ୍ୟ ଅଧିକ ଦିନ ରହିଲା ନାହିଁ ଏବଂ ୨୦୧୪ରେ ଉଭୟ ଅଲଗା ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.