ETV Bharat / business

ପୁଣି ବଢ଼ିଲା ସୁନା ଦର, ଜାଣନ୍ତୁ ରାଜ୍ୟରେ କେତେ ରହିଛି ଦାମ - Gold Price IN Odisha

author img

By ETV Bharat Odisha Team

Published : Apr 15, 2024, 8:22 PM IST

ପୁଣି ବଢ଼ିଲା ସୁନା ଦାମ୍‌
ପୁଣି ବଢ଼ିଲା ସୁନା ଦାମ୍‌

Gold Price IN Odisha: ପୁଣି ବଢ଼ିଲା ସୁନା ଦର । ଜାଣନ୍ତୁ 10 ଗ୍ରାମ ପିଛା 24 କ୍ୟାରେଟ୍ ଓ 22 କ୍ୟାରେଟ୍ ସୁନାର ଦାମ ରାଜ୍ୟରେ କେତେ ରହିଛି ? ଅଧିକ ପଢ଼ନ୍ତୁ

ମୁମ୍ବାଇ: ଗତ କିଛି ଦିନ ଦେଶରେ ଦ୍ରୁତ ବେଗରେ ବଢିଚାଲିଥିବା ସୁନା ଦରରେ ବ୍ରେକ୍‌ ଲାଗିଥିବା ବେଳେ ଆଜି ଏଥିରେ ପୁଣିଥରେ ବୃଦ୍ଧି ଘଟିଛି । ଆଜି ଭାରତରେ ସୁନା ଦରରେ ବୃଦ୍ଧି ପାଇଛି । 10 ଗ୍ରାମ ପିଛା 24 କ୍ୟାରେଟ୍ ସୁନା ମୂଲ୍ୟ ସହ 22 କ୍ୟାରେଟ୍ ସୁନା ମୂଲ୍ୟରେ ବୃଦ୍ଧି ଘଟିଛି । ତେବେ ସୁନା ସହ ରୂପାର ମୂଲ୍ୟ ମଧ୍ୟ ବଢ଼ିଛି । ଦେଶର ଅନେକ ସ୍ଥାନରେ ରୂପା କିଲୋଗ୍ରାମ ପିଛା 86,000 ଟଙ୍କା ରହିଛି, ଯାହା ଗତକାଲି 85,500 ଟଙ୍କା ରହିଥିଲା । କିନ୍ତୁ ଭୁବନେଶ୍ବରରେ ରୂପା କିଲୋଗ୍ରାମ ପିଛା 89,500 ଟଙ୍କା ରହିଛି ।

ଜାଣନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର:

ଭୁବନେଶ୍ବର:- 15 ଏପ୍ରିଲ 2024ରେ ଭୁବନେଶ୍ବରରେ 10 ଗ୍ରାମ ପିଛା 24 କ୍ୟାରେଟ୍ ସୁନା ମୂଲ୍ୟରେ 600 ଟଙ୍କା ବଢ଼ିଛି । ଆଜି ସୁନା ଦର 73,150 ଟଙ୍କା ରହିଛି । ସେହିପରି ୧୦ ଗ୍ରାମ ପିଛା 22 କ୍ୟାରେଟ୍ ସୁନା ମୂଲ୍ୟ 67,050 ଟଙ୍କା ରହିଛି । ଗତକାଲି (ରବିବାର) ୧୦ ଗ୍ରାମ ପିଛା 24 କ୍ୟାରେଟ୍ ସୁନା ମୂଲ୍ୟ 72,550 ଟଙ୍କା ଥିବା ବେଳେ ଆଜି ସୁନାର ମୂଲ୍ୟରେ 600 ଟଙ୍କା ବୃଦ୍ଧି ଘଟିଛି । ସେହପରି ଗତକାଲି ୧୦ ଗ୍ରାମ ପିଛା 22 କ୍ୟାରେଟ୍ ସୁନା ମୂଲ୍ୟ 66,500 ଟଙ୍କା ରହିଥିଲା । ଆଜି ଏହି ମୂଲ୍ୟରେ 550 ଟଙ୍କା ବୃଦ୍ଧି ହୋଇଛି । ସେହିପରି ଆଜି 10 ଗ୍ରାମ ପିଛା 18 କ୍ୟାରେଟ୍ ସୁନା ମୂଲ୍ୟ 54,860 ଟଙ୍କା ରହିଛି ।

ବ୍ରହ୍ମପୁର: ଆଜି ବ୍ରହ୍ମପୁରରେ 10 ଗ୍ରାମ ପିଛା 24 କ୍ୟାରେଟ୍ ସୁନା ମୂଲ୍ୟ 73,468 ଟଙ୍କା ରହିଛି । ସେହିପରି ୧୦ ଗ୍ରାମ ପିଛା 22 କ୍ୟାରେଟ୍ ସୁନା ମୂଲ୍ୟ 67,697 ଟଙ୍କା ରହିଛି ।

ବାଲେଶ୍ବର: ବାଲେଶ୍ବରରେ ଆଜି 10 ଗ୍ରାମ ପିଛା 24 କ୍ୟାରେଟ୍ ସୁନା ମୂଲ୍ୟ 73,323 ରହିଥିବା ବେଳେ ୧୦ ଗ୍ରାମ ପିଛା 22 କ୍ୟାରେଟ୍ ସୁନା ମୂଲ୍ୟ 67,164 ଟଙ୍କା ରହିଛି ।

ଭଦ୍ରକ: ଆଜି ଭଦ୍ରକରେ 0 ଗ୍ରାମ ପିଛା 24 କ୍ୟାରେଟ୍ ସୁନା ମୂଲ୍ୟ 73,614 ଟଙ୍କା ରହିଛି ସେହିପରି ୧୦ ଗ୍ରାମ ପିଛା 22 କ୍ୟାରେଟ୍ ସୁନା ମୂଲ୍ୟ 67,431 ରହିଛି

ଏହା ମଧ୍ୟ ପଢ଼ନ୍ତୁ...କମିଲା ସୁନା ଦର ! ଜାଣନ୍ତୁ ଆଜି କେତେ ରହିଛି ଦାମ - Today Gold Price In Odisha

କୋଲକାତା: ଆଜି କୋଲକାତାରେ 10 ଗ୍ରାମ ପିଛା 24 କ୍ୟାରେଟ୍ ସୁନା ମୂଲ୍ୟ 73,905 ଟଙ୍କା ରହିଥିବା ବେଳେ ୧୦ ଗ୍ରାମ ପିଛା 22 କ୍ୟାରେଟ୍ ସୁନା ମୂଲ୍ୟ 67,697 ଟଙ୍କା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.